ମହାଶିବରାତ୍ରି ଆସୁଛି, ସଦ୍ଗୁରୁ ଚାହୁଁଛନ୍ତି ଯିଏ ଯେଉଁଠି ଥିଲେ ମଧ୍ୟ ଆଦିଯୋଗୀଙ୍କ କୃପା ଲାଭ କରନ୍ତୁ। ଆଦିଯୋଗୀଙ୍କ କୃପା ଲାଭ କରିବାର ଏକ ମାର୍ଗ ହେଉଛି ରୁଦ୍ରାକ୍ଷ ଦୀକ୍ଷା ପ୍ରାପ୍ତ ହେବା, ଯାହାକି ବିଭିନ୍ନ ସାଧନ ଏବଂ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ସାଧନା ବ୍ୟବହାର କରି ଅଧିକ ସଚେତନ ହେବା ଓ କୃପା ପ୍ରତି ଅଧିକ ଗ୍ରହଣଶୀଳ ହେବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଅଟେ। ରୁଦ୍ରାକ୍ଷ ଦୀକ୍ଷା ଆପଣଙ୍କ ଶରୀର, ମନ ଓ ଊର୍ଜାକୁ ଶିବଙ୍କ ଆନନ୍ଦାଶ୍ରୁରେ ଭିଜାଇ ଦେବାର ଏକ ସୁଯୋଗ ।
ଆପଣ ଏଠାରେ ଅନଲାଇନ ପଞ୍ଜିକରଣ କରିପାରିବେ
ଆମେ ହ୍ଵାଟସଆପ୍ ଦ୍ୱାରା ପଞ୍ଜିକରଣ ଓ ମିସ୍ କଲ ଆଲର୍ଟ ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ କାର୍ଯ୍ୟ କରୁଛୁ। ଅଧିକ ସୂଚନା ଖୁବଶୀଘ୍ର ଏହି ୱେବସାଇଟରେ ଉପଲବ୍ଧ ହେବ। ଆପଣ ମଧ୍ୟ ନିଜ ବନ୍ଧୁ ଓ ପରିଜନ ମାନଙ୍କ ସହିତ ରୁଦ୍ରାକ୍ଷ ଦୀକ୍ଷା ବଣ୍ଟନ କରିପାରିବେ।
ନା। ରୁଦ୍ରାକ୍ଷ ଦୀକ୍ଷା ନିଃଶୁଳ୍କ/ମାଗଣାରେ ଦିଆଯାଉଛି। ଏହା ମଧ୍ୟ ଆପଣଙ୍କ ଘରେ ନିଃଶୁଳ୍କ/ମାଗଣାରେ ପହଞ୍ଚାଇ ଦିଆଯିବ। ଆଦିଯୋଗୀଙ୍କ କୃପା ପ୍ରାପ୍ତି ନିମନ୍ତେ ଏକ ସାଧନ ରୂପେ ଏହା ସଦ୍ଗୁରୁଙ୍କ ଦ୍ୱାରା ପ୍ରଦତ୍ତ ।
୧ ନିୟୁତରୁ ଉର୍ଦ୍ଧ୍ବ ସ୍ୱତନ୍ତ୍ର ଭାବେ ପ୍ରାଣ ପ୍ରତିଷ୍ଠିତ ରୁଦ୍ରାକ୍ଷ ଦାନା ସହିତ ଅନ୍ୟାନ୍ୟ ସାମଗ୍ରୀ ଯାହା ଆଧ୍ୟାତ୍ମ ଅନୁରାଗୀ ମାନଙ୍କ ସାଧନାରେ ସହାୟକ ହେବ, ସମଗ୍ର ବିଶ୍ୱରେ ମାଗଣାରେ ବଣ୍ଟାଯିବା ପାଇଁ ପ୍ରସ୍ତୁତ ହେଉଛି ।
ରୁଦ୍ରାକ୍ଷ ଦୀକ୍ଷା ମାଧ୍ୟମରେ ସମସ୍ତଙ୍କୁ ବିନ୍ଦୁଏ ଆଧ୍ୟାତ୍ମ ବାଣ୍ଟିବାରେ ସହାୟକ ହେବା ଲାଗି ଆମେ ଆପଣଙ୍କୁ ସାଧ୍ୟମତେ ଦାନ ପାଇଁ ଆମନ୍ତ୍ରିତ କରୁଛୁ।
ଆମ ରୁଦ୍ରାକ୍ଷ ଦୀକ୍ଷାର ଅଂଶ ହେବା ପାଇଁ, ଆପଣଙ୍କୁ କେବଳ ଗୋଟିଏ ରୁଦ୍ରାକ୍ଷ ଆବଶ୍ୟକ। ତେବେ, ଗୋଟିଏ ପଞ୍ଜିକରଣ ସହିତ ଆପଣ ଦୁଇଟି ରୁଦ୍ରାକ୍ଷ ପାଇବେ। ଦ୍ଵିତୀୟ ରୁଦ୍ରାକ୍ଷଟି ଆପଣ କୌଣସି ବନ୍ଧୁ କିମ୍ବା ସ୍ଵଜନଙ୍କୁ ଦେଇପାରିବେ।
ନିଶ୍ଚିତ ଭାବରେ। ଆପଣ ଯେତେଜଣଙ୍କୁ ରୁଦ୍ରାକ୍ଷ ଦୀକ୍ଷା ପାଇବାର ଏହି ସମ୍ଭାବନା ପ୍ରଦାନ କରିବାକୁ ଚାହିଁବେ କରିପାରିବେ ଏବଂ ତାଙ୍କ ଜୀବନରେ ଅଧ୍ୟାତ୍ମିକତାର ଏକ ବିନ୍ଦୁ ଆଣନ୍ତୁ ।
ଆପଣ ରୁଦ୍ରାକ୍ଷ ସେବା ନିମନ୍ତେ ପଞ୍ଜିକରଣ କରିପାରିବେ, ଯାହାକି ସମସ୍ତଙ୍କୁ ରୁଦ୍ରାକ୍ଷ ଦୀକ୍ଷା ପ୍ରଦାନ ନିମନ୍ତେ ଏକ ସୁଯୋଗ ଅଟେ। ସମସ୍ତ ତଥ୍ୟ ଖୁବଶୀଘ୍ର ଏହି ୱେବସାଇଟରେ ଉପଲବ୍ଧ ହେବ।
ହଁ। ଏଇ ପ୍ରଥମ ଥର ରୁଦ୍ରାକ୍ଷ ଦୀକ୍ଷା ପାଇବାର ଏକ ମାର୍ଗ ସଦ୍ଗୁରୁ ଖୋଲିଛନ୍ତି। ଏଥିରେ ରୁଦ୍ରାକ୍ଷ ସହିତ ବିଭୁତି, ଅଭୟ ସୂତ୍ର, ଏବଂ ଆଦିଯୋଗୀଙ୍କର ଏକ ଫଟୋ ପାଇବାର ସୁବିଧା ରହିଛି ।
ରୁଦ୍ରାକ୍ଷ ଦୀକ୍ଷା ମହାଶିବରାତ୍ରି ବେଳେ ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରଦାନ କରାଯାଏ। ବହୁଳ ସଂଖ୍ୟା ଦୃଷ୍ଟିରୁ ଆପଣଙ୍କ ପ୍ୟାକେଜ ପହଞ୍ଚାଇବା ପାଇଁ କିଛି ମାସ ସମୟ ଲାଗିବ।
ଆମେ ଆପଣଙ୍କ ସହଯୋଗ ଓ ବୁଝାମଣା ଆଶା କରୁଛୁ। ଦୟାକରି ଧ୍ୟାନ ରଖନ୍ତୁ ଯେ ପଠାଇବା ବ୍ୟବସ୍ଥା ଭାରତୀୟ ଡାକ ଯୋଗେ କରାଯିବ।
ହଁ। ଥରେ ଏହା ପଠା ଯିବା ପରେ ଆପଣଙ୍କୁ ଏକ ଏସ୍.ଏମ୍.ଏସ୍. ମିଳିବ। ତା'ପରେ ଆପଣ ଆପଣଙ୍କ ରୁଦ୍ରାକ୍ଷ ଦୀକ୍ଷା ପ୍ୟାକେଜକୁ ଟ୍ରାକ କରିପାରିବେ।
ଯେଉଁମାନେ ଭାରତରେ ଅଛନ୍ତି, ସେମାନେ ରୁଦ୍ରାକ୍ଷ ଦୀକ୍ଷା ପ୍ୟାକେଜର ପଞ୍ଜିକରଣ ଓ ଡେଲିଭେରୀ ଜନିତ ସମସ୍ୟା ପାଇଁ ଆମକୁ rudrakshadiksha.support@mahashivarathri.org ଦ୍ୱାରା ଯୋଗାଯୋଗ କରିପାରିବେ।
ଦାନ ସମ୍ପର୍କିତ ପ୍ରଶ୍ନ ଲାଗି, ଆପଣ rudraksha.donations@mahashivarathri.org. କୁ ଲେଖିପାରିବେ।
ପଠାଯିବା ପୂର୍ବରୁ ସମସ୍ତ ଅର୍ପଣ ଭଲ ଭାବରେ ଯାଞ୍ଚ କରାଯିବ। ତଥାପି, ପରିବହନ ସମୟରେ ଅସାବଧାନତା ଯୋଗୁଁ ରୁଦ୍ରାକ୍ଷ ଦାନା କ୍ଷତିଗ୍ରସ୍ତ ହୋଇଥିଲେ, ତାହାକୁ ବ୍ୟବହାର କରନ୍ତୁ ନାହିଁ। ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ।
ଯଦି ଆପଣଙ୍କ ରୁଦ୍ରାକ୍ଷ ଦୀକ୍ଷା ପ୍ୟାକେଜ ନଷ୍ଟ/କ୍ଷତିଗ୍ରସ୍ତ ହୋଇଥାଏ, ଦୟାକରି ଆମକୁ ସମ୍ପର୍କ କରନ୍ତୁ, ଆମେ ସାହାଯ୍ୟ କରିବୁ। ଯଦି ଆପଣ ଫେରାଇବାକୁ ଚାହୁଁଛନ୍ତି କିମ୍ବା କୌଣସି କାରଣରୁ ଏହା ବ୍ୟବହାର କରିବାକୁ ଚାହୁଁ ନାହାନ୍ତି, ଦୟାକରି ଆମ ପାଖକୁ ଫେରସ୍ତ କରିଦିଅନ୍ତୁ।
ଯେଉଁମାନେ ଭାରତରେ ଅଛନ୍ତି ସେମାନେ rudrakshadiksha.support@mahashivarathri.org ରେ ରୁଦ୍ରାକ୍ଷ ଦୀକ୍ଷା ପ୍ୟାକେଜ ପଞ୍ଜିକରଣ ଓ ଡେଲିଭେରୀ ଜନିତ ସମସ୍ୟା ଆମକୁ ଜଣାଇ ପାରିବେ।
ହଁ, ପିନ୍ଧି ପାରିବେ। ଆପଣ ଏହାକୁ ଅନ୍ୟ ରୁଦ୍ରାକ୍ଷ ସହିତ ପିନ୍ଧି ପାରିବେ।
ରୁଦ୍ରାକ୍ଷ ଏକ ଗଛର, ଯାହାର ବୈଜ୍ଞାନିକ ନାମ ଏଲିଓକାର୍ପସ ଗାନିଟ୍ରସ ଯାହାକି ଅଧିକନ୍ତୁ ଦକ୍ଷିଣ ଏସିଆର କିଛି ବଛା ବଛା ସ୍ଥାନରେ ବଢେ, ସବୁଠାରୁ ବେଶୀ ଭାରତୀୟ ଉପମହାଦ୍ବୀପର ହିମାଳୟ ପର୍ବତଶ୍ରେଣୀର ଉପର ଅଂଶରେ ବଢ଼ିଥାଏ, ଏହା ତାହାରି ଶୁଖିଲା ମଞ୍ଜି ଅଟେ। ରୁଦ୍ରାକ୍ଷ ଶବ୍ଦର ଶାବ୍ଦିକ ଅର୍ଥ ହେଉଛି “ଶିବଙ୍କ ଅଶ୍ରୁ”।
ଶାରୀରିକ ଓ ମାନସିକ ସନ୍ତୁଳନ ରକ୍ଷା କରିବାରେ ରୁଦ୍ରାକ୍ଷ ଖୁବ ସହାୟକ। ରୁଦ୍ରାକ୍ଷ ଜଣଙ୍କ ରକ୍ତଚାପ କମାଇବାରେ, ସ୍ନାୟୁ ଶାନ୍ତ ରଖିବାରେ ଏବଂ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିପାରେ। ରୁଦ୍ରାକ୍ଷର କିଛି ସୂକ୍ଷ୍ମ ଉପକାରିତା ମଧ୍ୟରେ ସାମିଲ ଅଛି ଅନ୍ତର୍ବୋଧର ଉନ୍ନତି, ଧ୍ୟାନ କରିବାରେ ସହାୟତା, ଏବଂ ନକରାତ୍ମକ ଉର୍ଜା ବିରୁଦ୍ଧରେ ସୁରକ୍ଷା ପ୍ରଦାନ ଇତ୍ୟାଦି।
ବୟସ, ଲିଙ୍ଗ, ସ୍ୱାସ୍ଥ୍ୟଗତ ଅବସ୍ଥା, ସଂସ୍କୃତି, ଜାତି, ଭୌଗଳିକ କିମ୍ବା ଧାର୍ମିକ ପୃଷ୍ଠଭୂମି ଉର୍ଦ୍ଧ୍ବରେ ଯେକେହି, ଜୀବନର ଯେ କୌଣସି ସ୍ତରରେ, ଏଠାରେ ଦିଆଯାଉଥିବା ରୁଦ୍ରାକ୍ଷ ପିନ୍ଧି ପାରିବେ। ଛୋଟ ପିଲା, ଛାତ୍ରଛାତ୍ରୀ ଏବଂ ପ୍ରୌଢ ମାନଙ୍କ ଲାଗି ଏହା ପିନ୍ଧିବା ବିଶେଷ ଲାଭପ୍ରଦ ହୋଇଥାଏ।
ରୁଦ୍ରାକ୍ଷ ସର୍ବଦା ଗଳାରେ ପିନ୍ଧିବା ଆବଶ୍ୟକ।
ଆପଣ ଯଦି ଥଣ୍ଡା ପାଣିରେ ଗାଧୋଉଛନ୍ତି ଓ କୌଣସି ରାସାୟନିକ ସାବୁନ ବ୍ୟବହାର କରୁନାହାନ୍ତି, ତେବେ ଏହା ବହୁତ ଲାଭଦାୟକ ଯେବେ ଏହା ଉପର ଦେଇ ପାଣି ଆପଣଙ୍କ ଦେହରେ ଲାଗିବ। କିନ୍ତୁ ଯଦି ଆପଣ ରାସାୟନିକ ସାବୁନ ଅଥବା ଗରମ ପାଣି ବ୍ୟବହାର କରୁଛନ୍ତି, ଏହା ଭଙ୍ଗୁର ହୋଇଯିବ ଏବଂ କିଛି ସମୟ ପରେ ଫାଟିଯିବ, ତେଣୁ ଏପରି ସମୟରେ ଏହା ନପିନ୍ଧିବା ସବୁଠାରୁ ଭଲ। ଦୟାକରି ଗାଧୋଇବା ବେଳେ ରୁଦ୍ରାକ୍ଷକୁ ଏକ କପଡା ଉପରେ ରଖନ୍ତୁ।
ହଁ। ରୁଦ୍ରାକ୍ଷ ସମସ୍ତେ ସବୁବେଳେ ପିନ୍ଧି ପାରିବେ।
ଯଦି କୌଣସି କାରଣରୁ, ଆପଣ ରୁଦ୍ରାକ୍ଷ ପିନ୍ଧି ପାରୁନାହାନ୍ତି, ଏହାକୁ ସୂତା କିମ୍ବା ସିଲକ ଭଳି କୌଣସି ପ୍ରାକୃତିକ କପଡାରେ ଗୁଡ଼ାଇ ସୁରକ୍ଷିତ ଭାବେ ରଖିବା ଆବଶ୍ୟକ। ଯେହେତୁ ରୁଦ୍ରାକ୍ଷ ନିର୍ଦ୍ଦିଷ୍ଟ ଉପାଦାନରେ ଗଢା ଏକ ପ୍ରାକୃତିକ ମଞ୍ଜି, ତେଣୁ ପ୍ରାକୃତିକ ପଦାର୍ଥରୁ ତିଆରି ପାତ୍ରରେ ଏହାକୁ ରଖିବା ସବୁଠୁ ଭଲ। ସୁନା, ରୂପା କିମ୍ବା ତମ୍ବା ଡବା ମଧ୍ୟ ବ୍ୟବହାର କରିହେବ।
ରୁଦ୍ରାକ୍ଷ ପିନ୍ଧିବା ପୂର୍ବରୁ ତାହାକୁ ପ୍ରଥମେ ଅନୁକୂଳିତ କରିବା ଗୁରୁତ୍ୱପୂର୍ଣ୍ଣ। ନୂଆ ରୁଦ୍ରାକ୍ଷକୁ ଅନୁକୂଳିତ କରିବା ପାଇଁ, ତାକୁ ୨୪ ଘଣ୍ଟା ଧରି ଘିଅରେ ବୁଡାଇ ରଖନ୍ତୁ ଓ ତା'ପରେ ତାକୁ କ୍ଷୀରରେ ଆଉ ୨୪ ଘଣ୍ଟା ଧରି ବୁଡାଇ ରଖନ୍ତୁ। ତାକୁ ପାଣିରେ ଧୋଇ ଦିଅନ୍ତୁ ଏବଂ ରୁଦ୍ରାକ୍ଷ ଦାନା ଗୁଡିକୁ ସଫା କପଡାରେ ପୋଛି ଦିଅନ୍ତୁ। ସେଗୁଡିକୁ ସାବୁନ କିମ୍ବା ଅନ୍ୟ ରାସାୟନିକ ସଫେଇ ପଦାର୍ଥ ଦେଇ ସଫା କରନ୍ତୁନି। ପ୍ରତି ଛଅ ମାସରେ ଥରେ ଅନୁକୂଳିତ କରିବା ଆବଶ୍ୟକ।
ତମ୍ବା ଏପରି ଏକ ଧାତୁ ଯାହା ଏକ ନିର୍ଦ୍ଦିଷ୍ଟ ଉର୍ଜା ସୃଷ୍ଟି କରେ ଏବଂ ଧ୍ୟାନରେ ସହାୟକ ହୁଏ। ଏହାକୁ ଶରୀର ସଂସ୍ପର୍ଶରେ ରଖିବା ଜଣଙ୍କର ଉର୍ଜା ସ୍ତରକୁ ସଶକ୍ତ ଓ ସ୍ଥିର କରିବାରେ ସହାୟତା କରିପାରିବ।
ଆପଣ ଯଦି ରୁଦ୍ରାକ୍ଷର ଦୁଇପାଖରେ ଗୋଟିଏ ଲେଖାଏଁ ଗଣ୍ଠି ପକାଉଛନ୍ତି, ତାହେଲେ ଧ୍ୟାନ ଦେବାକୁ ହେବ ଯେମିତି ତାହା ଅତି ଟାଇଟ ନହୁଏ ଯଦ୍ୱାରା ରୁଦ୍ରାକ୍ଷ ଭିତରପଟ ଫାଟିଯିବ। ଯଦି ଭିତରେ ପାଖ ଚାପ ଯୋଗୁଁ ଭାଙ୍ଗିଯାଏ, ତେବେ ସେହି ରୁଦ୍ରାକ୍ଷ ଆଉ ପିନ୍ଧାଯିବ ନାହିଁ। ତା ସହିତ ରୁଦ୍ରାକ୍ଷକୁ କପ୍ ନକରିବା ମଧ୍ୟ ସୁନିଶ୍ଚିତ କରନ୍ତୁ।
ବିଭୂତି, ବା ପବିତ୍ର ଭସ୍ମ, ଶିବଙ୍କ ସହିତ ଅନ୍ତରଙ୍ଗ ଭାବେ ଜଡିତ, ଯିଏ ଆପାଦ ମସ୍ତକ ଭସ୍ମ ଯାହା ଜୀବନର ମରଣଶୀଳତାକୁ ଦର୍ଶାଏ, ତାହା ଲେପି ହୋଇଥିବାର ଦେଖାଯାନ୍ତି। ଆଧ୍ୟାତ୍ମିକ ପ୍ରକ୍ରିୟାର ଆଧାର ହେଉଛି ଜଣଙ୍କର ମରଣଶୀଳତା ର ବୋଧ ହେବା; ବିଭୂତି ଏହାର ନିରବଚ୍ଛିନ୍ନ ସ୍ମାରକ। ଭାରତୀୟ ସଂସ୍କୃତିରେ ଏହା ସାଧକ ମାନଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ଅଟ, ଯେହେତୁ ସଠିକ ଭାବରେ ପ୍ରସ୍ତୁତ ହେବ ଏବଂ ଦେହରେ ଲଗାଯାଇଥିବା, ଏହା ଜଣଙ୍କର ଗ୍ରହଣଶୀଳତା ବଢାଇବା ସହିତ ଉର୍ଜା ବିତରଣ ଲାଗି ଏକ ପ୍ରକୃଷ୍ଟ ମାଧ୍ୟମ ହୋଇପାରିବ।
ପାରମ୍ପରିକ ଭାବେ, ଯୋଗୀ ମାନେ ଶ୍ମଶାନ ପାଉଁଶ ବ୍ୟବହାର କରୁଥିଲେ, କିନ୍ତୁ ବିଭୂତି ଗାଈ ଗୋବର ଓ ଧାନ ଚଷୁରୁ ମଧ୍ୟ ପ୍ରସ୍ତୁତ କରିହେବ।
ଈଶା ବିଭୂତି ଧ୍ୟାନଲିଙ୍ଗର ଶକ୍ତିକୁ ଗ୍ରହଣ କରିଥାଏ, ଯେଉଁଠାରେ ଏହାକୁ ପ୍ରାଣବନ୍ତ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରଖାଯାଇଥାଏ ।
ପାରମ୍ପରିକ ଭାବରେ, ବିଭୂତିକୁ ତର୍ଜନୀ ଓ ବୃଦ୍ଧାଙ୍ଗୁଳି ମଧ୍ୟରେ ନିଆଯାଏ ଏବଂ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ବିନ୍ଦୁରେ ପ୍ରୟୋଗ କରାଯାଏ: ଭୃଳତା ମଧ୍ୟରେ, ଯାହାକୁ ଆଜ୍ଞା ଚକ୍ର କୁହାଯାଏ; ଗଳାର ଗର୍ତ୍ତରେ, ଯାହାକୁ ବିଶୁଦ୍ଧି ଚକ୍ର କୁହାଯାଏ; ଏବଂ ଛାତିର ମଝିରେ ଯେଉଁଠାରେ ପଞ୍ଜରା ଅସ୍ଥି ମିଳିତ ହୁଏ, ଯାହାକୁ ଅନାହତ ଚକ୍ର କୁହାଯାଏ ।
ନିଜର ସ୍ପଷ୍ଟତା ବଢ଼ାଇବା ପାଇଁ ଆଜ୍ଞାରେ ବିଭୂତି ପ୍ରୟୋଗ କରାଯାଏ; ଆପଣଙ୍କ ଜୀବନଶୈଳୀରେ ଏକ ନିର୍ଦ୍ଦିଷ୍ଟ ଶକ୍ତି ପ୍ରତିଷ୍ଠା କରିବା ପାଇଁ ବିଶୁଦ୍ଧିରେ ଏବଂ ଅନାହତରେ ଆପଣଙ୍କ ଜୀବନରେ ପ୍ରେମ ଓ ଭକ୍ତିର ଆୟାମ ଆଣିବା ପାଇଁ ବିଭୂତି ପ୍ରୟୋଗ କରାଯାଏ।
"ଆଦିଯୋଗୀଙ୍କର ମହତ୍ତ୍ୱ ହେଉଛି, ସେ ମାନବ ଚେତନା ବିକଶିତ କରିବାର ପଦ୍ଧତି ପ୍ରଦାନ କରିଛନ୍ତି ଯାହା ସର୍ବଦା ପ୍ରାସଙ୍ଗିକ ଅଟେ।” – ସଦ୍ଗୁରୁ
ପ୍ରାୟ ୧୫,୦୦୦ ବର୍ଷ ପୂର୍ବେ ସମସ୍ତ ଧର୍ମ ସଂସ୍ଥାପନ ପୂର୍ବରୁ, ପ୍ରଥମ ଯୋଗୀ, ଆଦିଯୋଗୀ ତାଙ୍କ ସାତ ଜଣ ଶିଷ୍ୟ ସପ୍ତର୍ଷି ମାନଙ୍କୁ ଯୋଗ ବିଜ୍ଞାନ ପ୍ରଦାନ କରିଥିଲେ। ସେ ୧୧୨ଟି ଉପାୟ ବର୍ଣ୍ଣନା କରିଥିଲେ ଯାହା ମାଧ୍ୟମରେ ମନୁଷ୍ୟ ନିଜର ସୀମିତତାକୁ ଅତିକ୍ରମ କରି ନିଜର ଚରମ କ୍ଷମତାରେ ପହଞ୍ଚିପାରେ । ଆଦିଯୋଗୀଙ୍କ ଦାନ ଗୁଡିକ ବ୍ୟକ୍ତିଗତ ରୂପାନ୍ତରଣ ନିମନ୍ତେ ସାଧନ, କାରଣ ବ୍ୟକ୍ତିଗତ ରୂପାନ୍ତରଣ ହେଉଛି ଦୁନିଆକୁ ରୂପାନ୍ତରିତ କରିବାର ଏକମାତ୍ର ଉପାୟ | ତାଙ୍କର ମୌଳିକ ବାର୍ତ୍ତା ହେଉଛି ମଣିଷର ମଙ୍ଗଳ ଓ ମୁକ୍ତି ପାଇଁ "ଅଭ୍ୟନ୍ତର ହିଁ ବାହ୍ୟର ଏକମାତ୍ର ବାଟ।"
" ହଜାର ହଜାର ବର୍ଷ ପୂର୍ବେ ଆଦିଯୋଗୀ ମାନବଜାତିକୁ ରୂପାନ୍ତରଣର ଯେଉଁ ସାଧନ ପ୍ରଦାନ କରିଥିଲେ ତାହା ଆଜି କେବଳ ପ୍ରାସଙ୍ଗିକ ନୁହେଁ ବରଂ ଅତ୍ୟାବଶ୍ୟକ। ଈଶା ଯୋଗ କେନ୍ଦ୍ରରେ ଆଦିଯୋଗୀଙ୍କ ୧୧୨ ଫୁଟର ମୁଖ ସମସ୍ତଙ୍କ ପାଇଁ ଏକ ଶକ୍ତିଶାଳୀ ସ୍ମାରକ ଓ ପ୍ରେରଣା । "
ଅଭୟ ସୂତ୍ର ହେଉଛି ବିଶେଷ ଭାବେ ପ୍ରାଣ ପ୍ରତିଷ୍ଠିତ ପବିତ୍ର ସୂତା ଯାହାକୁ ଜଣଙ୍କ କଚଟି/ମଣିବନ୍ଧ ରେ ବାନ୍ଧି ଦିଆଯାଏ । "ଅଭୟ"ର ଶାବ୍ଦିକ ଅର୍ଥ ହେଉଛି "ବିନା ଭୟରେ" ଏବଂ ସୂତ୍ର ଜଣଙ୍କର ଭୟକୁ ଦୂର କରିବା ଏବଂ ଆକାଂକ୍ଷା ପୂରଣ କରିବାରେ ସହାୟକ ହୋଇଥାଏ ।
ଅଭୟ ସୂତ୍ର କପା ସୂତାରେ ନିର୍ମିତ।
ମହିଳାମାନେ ଏହାକୁ ବାମ କଚଟି/ମଣିବନ୍ଧରେ ଏବଂ ପୁରୁଷମାନେ ଡାହାଣ କଚଟି/ମଣିବନ୍ଧରେ ପିନ୍ଧିବା ଉଚିତ। ଏହାକୁ ସର୍ବନିମ୍ନ ୪୦ ଦିନ ପର୍ଯ୍ୟନ୍ତ ପିନ୍ଧିବାକୁ ପଡ଼ିବ। ଏହାକୁ ଗଣ୍ଠି ଖୋଲି କିମ୍ବା ଜଳାଇ (ଦୟାକରି କାଟିବେ ନାହିଁ) ବାହାର କରିପାରିବେ ଏବଂ ଏହାକୁ ଓଦା ମାଟିରେ ପୋତି କିମ୍ବା ଜଳାଇବା ପରେ ଭସ୍ମକୁ ନିଜ ବିଶୁଦ୍ଧି (ଗଳାର ଗର୍ତ୍ତ) ରୁ ଅନାହତ (ଷ୍ଟର୍ନମ୍ ର ଠିକ ତଳେ) ପର୍ଯ୍ୟନ୍ତ ପ୍ରୟୋଗ କରି ଏହାକୁ ନିଷ୍କାସନ କରିପାରିବେ।
https://isha.sadhguru.org/wisdom/article/sutra-more-than-a-thread
ରୁଦ୍ରାକ୍ଷ ଦୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ଯେ କୌଣସି ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିପାରିବେ।
ଦୟାକରି ଏପରି ଏକ ସ୍ଥାନରେ ବସିଯାଆନ୍ତୁ ଯେଉଁଠାରେ ଆପଣ ଶାରୀରିକ ଭାବରେ ବିଚଳିତ ହେବେ ନାହିଁ । ଦୀପ ଜାଳିବା ସହ ପେଟର ହାଲୁକା ସ୍ଥିତି ବଜାୟ ରଖିବା ଏଥିପାଇଁ ଅନୁକୂଳ ହେବ।
ହଁ । ଆପଣ ଦୀକ୍ଷା ସତ୍ରରେ ଅଂଶଗ୍ରହଣ କରିପାରିବେ ଏବଂ ସଦ୍ଗୁରୁଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିପାରିବେ।
ଦୟାକରି ଦୀକ୍ଷା ସତ୍ରରେ ଭାଗ ନିଅନ୍ତୁ ଏବଂ ସଦ୍ଗୁରୁ ଦେଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
ହଁ, ସେମାନେ ଯୋଗ ଦେଇପାରିବେ।
ହଁ । ଯଦି ଆପଣ ରୁଦ୍ରାକ୍ଷ ଦୀକ୍ଷା ପାଇଁ ପଞ୍ଜିକରଣ କରିସାରିଛନ୍ତି, ତେବେ ଆପଣ ପୂର୍ବରୁ କୌଣସି ଈଶା କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରି ମଧ୍ୟ ଦୀକ୍ଷାରେ ଯୋଗ ଦେଇପାରିବେ। ସେଭଳି କୌଣସି ପୂର୍ବ ଆବଶ୍ୟକତା ନାହିଁ। ସଦ୍ଗୁରୁଙ୍କ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ବିନ୍ଦୁଏ ଆଧ୍ୟାତ୍ମିକତା ପ୍ରଦାନ କରିବା। ରୁଦ୍ରାକ୍ଷ ଦୀକ୍ଷା ଅର୍ପଣ ଯିଏ ଇଚ୍ଛୁକ ଥିବେ ତାଙ୍କ ପାଇଁ ଉପଲବ୍ଧ ।
କାର୍ଯ୍ୟକ୍ରମର ସ୍ୱରୂପ ହେତୁ, ଦୟାକରି ଏହାକୁ ଅନ୍ୟମାନଙ୍କୁ ଶିଖାନ୍ତୁ ନାହିଁ। ଏହା ଏକ ନିର୍ଦ୍ଦିଷ୍ଟ ଦୀକ୍ଷା ପ୍ରକ୍ରିୟା ଅଟେ। ସଠିକ୍ ଉତ୍ସରୁ ଅଭ୍ୟାସ ଶିଖିବା ଗୁରୁତ୍ୱପୂର୍ଣ୍ଣ |
ଦୀକ୍ଷା ସତ୍ରରେ ଯୋଗ ଦେବା ପାଇଁ ସୁପାରିସ କରାଯାଏ । ଏହା ପ୍ରକୃତରେ ସହାୟକ ହେବ।
ହଁ । ଦୟାକରି ସାଧନାରେ କରିବା ପାଇଁ ଏପରି ଏକ ସ୍ଥାନ ଚୟନ କରନ୍ତୁ ଯେଉଁଠାରେ ଆପଣ ଶାରୀରିକ ଭାବେ ବିଚଳିତ ହେବେ ନାହିଁ ।
କାର୍ଯ୍ୟକ୍ରମ ପାଇଁ ହାଲୁକା ପେଟ (ପୂର୍ଣ୍ଣ ଭୋଜନ ପରେ ୨.୫ ଘଣ୍ଟା ବ୍ୟବଧାନ) ବଜାୟ ରଖିବା ଭଲ ହେବ।
ଅଧିକରୁ ଅଧିକ ଲାଭ ପାଇବା ପାଇଁ ସର୍ବଦା ରୁଦ୍ରାକ୍ଷ ପିନ୍ଧିବା ଲାଭଦାୟକ ହୋଇଥାଏ। କିନ୍ତୁ ଯଦି ଆପଣ ଏହାକୁ କିଛି ନିର୍ଦ୍ଦିଷ୍ଟ ଅବସରରେ ହଟାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏହା କରିପାରିବେ। ଯଦି ଆପଣ ଗାଧୋଇବା ପାଇଁ ଗରମ ପାଣି କିମ୍ବା ରାସାୟନିକ ସାବୁନ/ସାମ୍ପୁ ବ୍ୟବହାର କରନ୍ତି, ତେବେ ରୁଦ୍ରାକ୍ଷ ଭଙ୍ଗୁର ପ୍ରକୃତିର ହୋଇଥିବାରୁ ଗାଧୋଇବା ସମୟରେ ଏହାକୁ ପିନ୍ଧନ୍ତୁ ନାହିଁ। ନଚେତ୍ ଏଥିରେ କୌଣସି ପ୍ରତିବନ୍ଧକ ନାହିଁ।
ସାଧନା କରିବା ଜାରି ରଖିପାରିବେ। ତେବେ କ୍ଷତିଗ୍ରସ୍ତ ରୁଦ୍ରାକ୍ଷକୁ ନଦୀ/ଝରଣାରେ ପକାଇ ଦିଅନ୍ତୁ କିମ୍ବା ଓଦା ମାଟିରେ ପୋତି ଦିଅନ୍ତୁ କାରଣ କ୍ଷତିଗ୍ରସ୍ତ ରୁଦ୍ରାକ୍ଷ ପିନ୍ଧିବା/ବ୍ୟବହାର କରିବା ପାଇଁ ଅନୁକୂଳ ନୁହେଁ।
କାର୍ଯ୍ୟକ୍ରମ ପାଇଁ ହାଲୁକା ପେଟ ବଜାୟ ରଖିବା ଭଲ ହେବ [ପୂର୍ଣ୍ଣ ଭୋଜନ ପରେ ୨.୫ ଘଣ୍ଟା ବ୍ୟବଧାନ]।
ସାଧନା କରିବା ଜାରି ରଖିପାରିବେ। ତେବେ କ୍ଷତିଗ୍ରସ୍ତ ରୁଦ୍ରାକ୍ଷକୁ ନଦୀ/ଝରଣାରେ ପ୍ରବାହିତ କରିଦିଅନ୍ତୁ କିମ୍ବା ଓଦା ମାଟିରେ ପୋତି ଦିଅନ୍ତୁ କାରଣ କ୍ଷତିଗ୍ରସ୍ତ ରୁଦ୍ରାକ୍ଷ ପିନ୍ଧିବା/ବ୍ୟବହାର କରିବା ପାଇଁ ଅନୁକୂଳ ନୁହେଁ।
ଆପଣ ଯେକୌଣସି ସ୍ଥାନରେ ଅଭ୍ୟାସ କରିପାରିବେ ଯେଉଁଠାରେ ଆପଣ ଶାରୀରିକ ଭାବରେ ବିଚଳିତ ହେଉ ନଥିବେ।
ଏହାର ଅନେକ ଫାଇଦା ରହିଥିବାରୁ ରୁଦ୍ରାକ୍ଷ ସବୁବେଳେ ପିନ୍ଧିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି ଏହା ସମ୍ଭବ ନୁହେଁ, ତେବେ ଆପଣ ଏହାକୁ ପୂଜା କୋଠରୀରେ ରଖିପାରିବେ। ଦୀକ୍ଷାରେ ଯୋଗ ଦେବା ଏବଂ ସଦ୍ଗୁରୁଙ୍କ ନିର୍ଦ୍ଦେଶକ୍ରମେ ସାଧନା ଅନୁସରଣ କରିବା ଭଲ।
କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ତେବେ, ସାଧନା କରିବା ଲାଭଦାୟକ ଓ ସୁଖ ସମୃଦ୍ଧି ପାଇଁ ଅନୁକୂଳ ହେବା ସହ ଆଧ୍ୟାତ୍ମିକ ଯାତ୍ରା ପାଇଁ ଏକ ବଡ଼ ସହାୟକ ହୋଇଥାଏ।
ସାଧନା ଏକ ଆଭ୍ୟନ୍ତରୀଣ ପ୍ରକ୍ରିୟା। ଏହା ଅନ୍ୟମାନଙ୍କ ଦ୍ୱାରା କରାଯାଉଥିବା ରୀତିନୀତି ନୁହେଁ । ସାଧନା ସର୍ବଦା ନିଜ ଦ୍ୱାରା ହୋଇଥାଏ। ସାଧନା କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ।
ହଁ । ଦୀକ୍ଷାରେ ଯୋଗ ଦେବା ଏବଂ/କିମ୍ବା ସାଧନା କରିବା ପାଇଁ କୌଣସି ଖାଦ୍ୟ ପ୍ରତିବନ୍ଧକ ନାହିଁ। ତେବେ ପେଟର ହାଲୁକା ସ୍ଥିତି ବଜାୟ ରଖିବା ଏଥିପାଇଁ ଅନୁକୂଳ ହେବ।
ହଁ
ହଁ, ଦୀକ୍ଷାରେ ଯୋଗ ଦେବା ଅତ୍ୟନ୍ତ ଲାଭଦାୟକ କାରଣ ଏହା ବ୍ୟକ୍ତିର ସାଧନାକୁ ତୀବ୍ର କରିବାରେ ମଧ୍ୟ ସହାୟକ ହେବ।
ହଁ।
ନା, ଏଗୁଡ଼ିକୁ ତୁରନ୍ତ ପିନ୍ଧିହେବ। ଏହା ପୂର୍ବରୁ ଆଶ୍ରମ ଦ୍ୱାରା ଅନୁକୂଳିତ ହୋଇସାରିଛି।
ହଁ, ଆପଣ ପିନ୍ଧିଥିବା ଅନ୍ୟ ରୁଦ୍ରାକ୍ଷ ସହିତ ଏହି ରୁଦ୍ରାକ୍ଷ ପିନ୍ଧିପାରିବେ।
ହଁ, ଦୀକ୍ଷା ସମୟରେ ପୂର୍ବ ବର୍ଷର ରୁଦ୍ରାକ୍ଷକୁ ଅନୁମତି ଦିଆଯାଇଛି।
ମହାଶିବରାତ୍ରିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ରୁଦ୍ରାକ୍ଷ ଦୀକ୍ଷା ଅର୍ପଣ କରାଯାଏ। ବୃହତ ପରିମାଣକୁ ଦୃଷ୍ଟିରେ ରଖି ଆପଣଙ୍କ ପ୍ୟାକେଜ୍ ପଠାଇବାକୁ କିଛି ମାସ ସମୟ ଲାଗିପାରେ।
ଆମେ ଆପଣଙ୍କ ସହଯୋଗ ଓ ବୁଝାମଣା ଚାହୁଁଛୁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହା ଇଣ୍ଡିଆ ପୋଷ୍ଟ/ ଭାରତୀୟ ଡାକ ମାଧ୍ୟମରେ ପଠାଯିବ।
ଯେହେତୁ ଡେଲିଭେରୀ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମେ ଆପଣଙ୍କୁ ଦୟାକରି ଧୈର୍ଯ୍ୟ ରଖିବାକୁ କହିବୁ ଏବଂ ଆପଣଙ୍କ ସାମଗ୍ରୀ ଉପରେ ନଜର ରଖିବାକୁ କହିବୁ। ଡାକ ବିଭାଗ ଯିଏ ପ୍ୟାକେଜିଂ ଏବଂ ଡେଲିଭେରୀ ପରିଚାଳନା କରୁଛନ୍ତି ତାହା ବ୍ୟାଚରେ କରୁଛନ୍ତି।
ରୁଦ୍ରାକ୍ଷ ପାଇବା ପରେ ଏହାକୁ ଅନୁକୂଳିତ କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଏହା ପୂର୍ବରୁ ଅନୁକୂଳିତ ହୋଇସାରିଛି। ପ୍ରତି ୬ ମାସରେ ରୁଦ୍ରାକ୍ଷକୁ ଘିଅରେ ୨୪ ଘଣ୍ଟା ଏବଂ ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ କ୍ଷୀରରେ ରଖି ଏହାକୁ ଅନୁକୂଳିତ କରିପାରିବେ। ଏହାପରେ ସଫା ପାଣିରେ ଧୋଇ ପିନ୍ଧନ୍ତୁ।
ସେପରି କୌଣସି ସର୍ତ୍ତ ନାହିଁ। ଏହି ରୁଦ୍ରାକ୍ଷକୁ ବେକରେ ଅନ୍ୟ ରୁଦ୍ରାକ୍ଷ ସହିତ ପିନ୍ଧିପାରିବେ। ଏହାକୁ ପିନ୍ଧିବା ପୂର୍ବରୁ କୌଣସି ରୀତିନୀତି ପାଳନ କରିବାର ଆବଶ୍ୟକତା ନାହିଁ କାରଣ ଏହା ପୂର୍ବରୁ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ମାଧ୍ୟମରେ ପବିତ୍ର ହୋଇସାରିଛି।
ଏହିସବୁ ଉପାୟ ଦ୍ୱାରା ଆପଣ ରୁଦ୍ରାକ୍ଷର ଯତ୍ନ ନେଇପାରିବେ:
ରୁଦ୍ରାକ୍ଷକୁ ଶୁଦ୍ଧ ରଙ୍ଗ ନହୋଇଥିବା କପା କିମ୍ବା ରେଶମରେ ନିର୍ମିତ ସୂତାରେ ଗୁନ୍ଥି ବେକରେ ପିନ୍ଧିବା ଉଚିତ। ଏହା ତମ୍ବା, ରୂପା କିମ୍ବା ସୁନା ଚେନ୍ ରେ ମଧ୍ୟ ପିନ୍ଧିହେବ, କିନ୍ତୁ ନିଶ୍ଚିତ କରନ୍ତୁ ଯେ ରୁଦ୍ରାକ୍ଷକୁ କାଟିବେ ନାହିଁ କିମ୍ବା ତାରକୁ କଡ଼ାକଡ଼ି ଭାବେ ବାନ୍ଧିବେ ନାହିଁ କାରଣ ଏହା ରୁଦ୍ରାକ୍ଷକୁ କ୍ଷତି ପହଞ୍ଚାଇପାରେ କିମ୍ବା ଫଟାଇପାରେ। ପ୍ୟାକେଜ୍ ରେ ଏକ ରୁଦ୍ରାକ୍ଷ ସୂତା ଅନ୍ତର୍ଭୁକ୍ତ କରାଯାଇଛି। ଦୟାକରି ପରବର୍ତ୍ତୀ ପ୍ରଶ୍ନକୁ ଦେଖନ୍ତୁ।
ପ୍ୟାକେଜରେ, ୨ଟି ଭିନ୍ନ ଭିନ୍ନ ସୂତ୍ର ଅଛି:
କ୍ଷୁଦ୍ର ସୂତାକୁ ରୁଦ୍ରାକ୍ଷକୁ ଗୁନ୍ଥିବା ପାଇଁ ବ୍ୟବହାର କରିବା ଉଚିତ ଯାହା ଦ୍ୱାରା ଏହାକୁ ବେକରେ ପିନ୍ଧିପାରିବେ।
ଲମ୍ବା ସୂତ୍ରଟି ଅଭୟ ସୂତ୍ର, ଏହା ସନ୍ଦେହ ଓ ଭୟ ଦୂର କରିବା ପାଇଁ ଏକ ପବିତ୍ର ସୂତ୍ର। ଅଭୟ ସୂତ୍ର ଅତି କମରେ ଗୋଟିଏ ମଣ୍ଡଳ (୪୮ ଦିନ) ପାଇଁ ପିନ୍ଧିବା ଉଚିତ ଏବଂ ଏହା ସାଧାରଣତଃ ତିନିରୁ ଚାରି ମାସ ପର୍ଯ୍ୟନ୍ତ ଫଳଦାୟୀ ରହେ। ଆପଣ ଏହି ସୂତ୍ରକୁ ଆପଣଙ୍କ ଘଣ୍ଟା କିମ୍ବା ଅନ୍ୟାନ୍ୟ ଗହଣା ସହିତ ପିନ୍ଧି ପାରିବେ ଏବଂ ଏହା ଯେତେ ଦିନ ପର୍ଯ୍ୟନ୍ତ ଭଲଥିବ ସେପର୍ଯ୍ୟନ୍ତ ରଖିପାରିବେ।
ଏହାକୁ କାଢିବା ପାଇଁ, ଅଭୟ ସୂତ୍ରର ଗଣ୍ଠି ଫିଟାଇ ପାରିବେ କିମ୍ବା ଏହାକୁ ଜାଳି ପାରିବେ। ଅଭୟ ସୂତ୍ରକୁ କେବେ ବି କାଟିବା ଉଚିତ ନୁହେଁ।
ଆପଣ ନିମ୍ନଲିଖିତ ଉପାୟମଧ୍ୟରୁ ଗୋଟିଏରେ ସୂତ୍ରକୁ ନିଷ୍କାସନ କରିପାରିବେ:
ଏହାକୁ ଫୁଲ ବା ଫଳ ଧାରଣକାରୀ ଗଛର ଡାଳରେ ବାନ୍ଧି ଦିଅନ୍ତୁ।
ଏହାକୁ ଏକ ଗଛ କିମ୍ବା ଗଛ ତଳେ ପୋତି ଦିଅନ୍ତୁ, ଯେଉଁଠାରେ ମାଟି ଓଦା ଥିବ।
ଏହାକୁ ଜାଳି ଦିଅନ୍ତୁ ଏବଂ ଭସ୍ମକୁ ଆପଣଙ୍କ ବିଶୁଦ୍ଧି ଚକ୍ର (ଗଳାର ଗର୍ତ୍ତ) ରୁ ଅନାହତ ଚକ୍ର (ଷ୍ଟର୍ନମ୍ / ସୋଲାର ପ୍ଲେକ୍ସସର ଠିକ୍ ତଳେ) ପର୍ଯ୍ୟନ୍ତ ବୋଳି ଦିଅନ୍ତୁ।
ଯଦି ଆପଣ ଆମ ୱେବସାଇଟ୍ ମାଧ୍ୟମରେ ଆପଣଙ୍କ ପଞ୍ଜିକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥାନ୍ତି, ତେବେ ଆପଣ ଆପଣଙ୍କ ପଞ୍ଜିକରଣକୁ ସୁନିଶ୍ଚିତ କରିବା ପାଇଁ ଏକ SMS ପ୍ରାପ୍ତ କରିଥିବେ। ଯଦି ଆପଣଙ୍କୁ ମେସେଜ ମିଳିଛି, ଏହାର ଅର୍ଥ ହେଉଛି ଆପଣ ରୁଦ୍ରାକ୍ଷ ଦୀକ୍ଷା ପାଇଁ ପଞ୍ଜିକୃତ ହୋଇଛନ୍ତି ଏବଂ ଆପଣଙ୍କୁ ପ୍ୟାକେଜ ମିଳିବ।
ଯଦି ଆପଣ ପଞ୍ଜିକରଣ କରିଛନ୍ତି କିନ୍ତୁ ଏକ SMS ପାଇନାହାଁନ୍ତି, ଦୟାକରି ଆପଣଙ୍କ ପଞ୍ଜିକରଣ ସୂଚନା ପ୍ରଦାନ କରିବାକୁ ଇମେଲ୍ କିମ୍ବା ଫୋନ୍ ମାଧ୍ୟମରେ ଆମସହ ଯୋଗାଯୋଗ କରନ୍ତୁ ଏବଂ ଆମେ ଆପଣଙ୍କ ସହ ଯୋଗାଯୋଗ କରିବୁ।
ରୁଦ୍ରାକ୍ଷ ଦୀକ୍ଷା ନିମନ୍ତେ ଆପଣଙ୍କ ଦାନ ଏବଂ ସମର୍ଥନ ପାଇଁ ଧନ୍ୟବାଦ। ଯେମିତିକି ଆପଣ ଜାଣନ୍ତି, ସମସ୍ତଙ୍କ ଜୀବନରେ ବିନ୍ଦୁଏ ଆଧ୍ୟାତ୍ମିକତାର ଆଣିବା ପାଇଁ ରୁଦ୍ରାକ୍ଷ ଦୀକ୍ଷା ସଦ୍ଗୁରୁଙ୍କର ଏକ ଅର୍ପଣ ଅଟେ। ଆପଣଙ୍କ ଭଳି ଦାତାମାନଙ୍କ ଯୋଗୁଁ ଆମେ ଏହି ଅର୍ପଣକୁ ଅନ୍ୟ ମାନଙ୍କୁ ମାଗଣାରେ ଦେଇପାରୁଛୁ। ଯଦି ଆପଣ ଦାନ କରିଛନ୍ତି, ତେବେବି ପ୍ୟାକେଜ୍ ପାଇବା ପାଇଁ ରୁଦ୍ରାକ୍ଷ ଦୀକ୍ଷା ଲାଗି ପଞ୍ଜିକରଣ କରିବା ଜରୁରୀ ଅଟେ।